Unknown

 

 

 

 

 

 

 

 

 

ଭୁଲି ପାରୁନି ବୋଲି

ପ୍ରବୋଧ କୁମାର ରାଉତ

 

 

 

 

 

 

 

 

 

 

ବୋଧହୁଏ ଇଏ ସେଇ ପ୍ରେମିକ ଯିଏ ଫୁଲକୁ ଛୁଇଁଲେ ଫୁଲ କହେ... “ଇସ୍ ମୋତେ ଛୁଅଁନା’’ ।

 

–ହିମାଂଶୁ କୁମାର ମହାପାତ୍ର

Image

 

ସୂଚୀପତ୍ର

 

୧.

ଗୀତର ଗୀତ

୪୬.

ଆବାହନୀ

୨.

କାୟାକଳ୍ପ

୪୭.

ଦେହଳୀ

୩.

ନୀଳ ନିମନ୍ତ୍ରଣ

୪୮.

ମଉନାବତୀ

୪.

କଲିଜା

୪୯.

ସଂପର୍କ

୫.

ବିରହ

୫୦.

ସୁନାଝିଆ

୬.

ଗୋଲାପ ଚାଷୀ

୫୧.

ମୁହଁ

୭.

ଚୁମା

୫୨.

ଅଭିମାନିନୀ

୮.

ଲାଜ

୫୩.

ପ୍ରତିଶ୍ରୁତି

୯.

କଂସେଇ

୫୪.

ଇର୍ଷା

୧୦.

ପ୍ରେମିକ

୫୫.

ଅପେକ୍ଷା

୧୧.

ମିଳନ

୫୬.

ଛାଇ

୧୨.

ଆ’

୫୭.

ରାଣ

୧୩.

ଋଷା

୫୮.

ଗାଳି

୧୪.

ନିଜର

୫୯.

ଭଲପାଇବା

୧୫.

ଇତି

୬୦.

ଛବି

୧୬.

ବାହାନା

୬୧.

ଛୁଆଁ

୧୭.

ଉପେକ୍ଷା

୬୨.

ଛଳନା

୧୮.

ରତିଲଗ୍ନା

୬୩.

ନାଟକ

୧୯.

ଅଭିସାର

୬୪.

ପସନ୍ଦ

୨୦.

ଆବେଗ

୬୫.

ଆଖି

୨୧.

ଭେଟ

୬୬.

ସୀକାର

୨୨.

ଖୁସି

୬୭.

ନାୟିକା

୨୩.

ମାଟି-ରମଣ

୬୮.

ଲମ୍ପ

୨୪.

ତୁ

୬୯.

ଭୂମିକମ୍ପ

୨୫.

ଆହତ

୭୦.

ଲୁହ

୨୬.

ବିଦଗ୍ଧ

୭୧.

ଅମଡ଼ା ବାଟ

୨୭.

ଆଲ୍ହାଦ

୭୨.

ଓଠ

୨୮.

ମନେପଡ଼

୭୩.

ଶୀତ-ଗୀତ

୨୯.

ଅତୃପ୍ତା

୭୪.

ଶୀତ ବାଗୁଡ଼ି

୩୦.

ରୂପସୀ

୭୫.

ଅଲିଭା

୩୧.

ସ୍ଵପ୍ନାଭ

୭୬.

ମନ

୩୨.

ତୃଷ୍ଣା

୭୭.

ବାଗ୍‍ଦତା

୩୩.

ଆପଣାର

୭୮.

ପାଦ

୩୪.

ବିଛେଦ

୭୯.

ପ୍ରିୟା

୩୫.

ଅଭିମାନ

୮୦.

ପ୍ରେମୀ

୩୬.

ହଲପ

୮୧.

ଘର

୩୭.

ଆକ୍ଷେପ

୮୨.

ବଇନା

୩୮.

ଅଭିମାନ

୮୩.

ମନ

୩୯.

ଫୁଲେଇ

୮୪.

ସରହଦ

୪୦.

ଦୋଷୀ

୮୫.

ମଲା ଜହ୍ନ

୪୧.

ସମର୍ପଣ

୮୬.

ନୂଆବର୍ଷ

୪୨.

ଧୋକା

୮୭.

କନିଆଁ ବେଶ

୪୩.

ରାକ୍ଷୀ

୮୮.

ଚାଲ

୪୪.

ସ୍ୱପ୍ନ

୮୯.

ଦୋଷୀ

୪୫.

ଚାଲ

୯୦.

ଅବୁଝା

Image

 

ଗୀତର ଗୀତ

 

ହୃଦୟର ଯେଉଁ ମୁଗ୍ଧ ଅନୁଭବ

କହିପାରିନାହିଁ ଓଠରେ

ଶୁଣିବା ପାଇଁକି କେବେ ତମେ ନାହଁ

କେବେ ମୁଁ ନାହିଁ ପାଖରେ

ମହୁ ମହୁଲର ସେଇ ଉପତ୍ୟକା

ଏଯାଏ କରୁଛି ମୋତେ ଆନମନା

ଲେଖିଦେଲି ଯାହା ଗୀତରେ

ହୃଦୟେଶ୍ଵରୀ ଗୋ !

ଆଜି ନହେଲେ ବି କାଲି ବି ପଢ଼ିବ

ପାଖରେ ଥାଅବା ଦୂରରେ ।।

–ପ୍ରବୋଧ

Image

 

କାୟାକଳ୍ପ

 

ଶବ୍ଦ ଅଳ୍ପ, କଥା ଅନେକ

ଭାଷା ଅଳ୍ପ, ଭାବ ଅନେକ

ପ୍ରତିଟି କବିତା ନିଜେ ନିଜର ସୂଚି

ପ୍ରେମ ପରିଭାଷା ନୁହେଁ ତ ଅଲଗା

ଗୋଟିଏ ଯେହେତୁ ରୁଚି ।

 

ସୂଚୀ ଲେଖିବାର ଆବଶ୍ୟକତା ମଣିନି ।

କବିତାଟିଏ ବହିଟିଏ ।

ନିଜ ପସନ୍ଦ ନିଜେ ଖୋଜିବାର

ପୀଡ଼ା ଟିକେ ଉଠାଇବେ ।

Image

 

ନୀଳ ନିମନ୍ତ୍ରଣ

 

ଶହେ ଚୁମାର ବେଭାର

ପଠେଇଛି ଫଗୁଣ ହାତରେ

ମେଘକୁ ଦେଇଛି ରାଣ

ଦି’ ଗରା ବାଡ଼ୁଅ ପାଣି

ବରଷିବ ତମ ଅଗଣାରେ ।।

Image

 

କଲିଜା

 

ମନ ମେମୋରିରେ ନରଖିଲେ ନାଇଁ

ଫୋନ ମେମୋରିରେ ରଖ ।

ଚାଲାଖ ମାଙ୍କଡ ଭାବିବନି ଜମା

ହୃଦୟ ଦେଇଛି

କୁମ୍ଭୀର ପରିକା

କଲିଜା ମାଗିକି ଦେଖ ।।

Image

 

ବିରହ

 

ତମେ ଝର୍କା ସେ କଡ଼ର

ଗୋଲାପ

ମୁଁ ରାସ୍ତା କଡ଼ର

ବଣିକ

ମହୁଠୁ ମିଠା ଦୂର ସଂପର୍କ ।।

Image

 

ଗୋଲାପ ଚାଷୀ

 

ଫୁଲ ଦୋକାନୀ ଜାଣିଛି

ମୁଁ କେତେ ଗୋଲାପ କିଣିଛି ।

ରାତିକୁ ପଚାର

କେତେ ନିଦ ଫେରେଇଛି,

ତମର କି ଅଜବ ଖିଆଲ

ମୁଁ ଏବେ କବିତା ଲେଖାଳୀରୁ

ଗୋଲାପ ଚାଷୀ ବନିଛି ।।

Image

 

ଚୁମା

 

ରାଣ ଖାଉଛି

ଛଅ ମାସ ହେଲା ଧୋଇନି ମୁହଁ

ମନ ହୃଦୟ ସବୁ କୋମା ।

ଚିବୁକରେ ମୋର ଫୁଟାଇଦେଲ ଯେ

ପ୍ରଥମ ଚୁମାର ବୋମା ।।

Image

 

ଲାଜ

 

ଏକୁଟିଆ ବର୍ଷାରେ ଭିଜିବନି

ମନତଳ ନିଆଁ ଧରିଯିବ

ଦମକଳ ବାଲାକୁ କିବା ବିଶ୍ୱାସ

ମନ ନିଆଁ ଲିଭଉ ଲିଭଉ

ଦେହ ବତୁରିବ

ଆଗୋ ପ୍ରିୟା ହୁସିଆର ଥିବ ।

Image

 

କଂସେଇ

 

କଂସେଇକୁ କୁହ

କଚ୍‍କଚ୍ କରି କାଟି ପକେଇବ

ମୋ କଲିଜା ।

ରାଣ ଖାଉଛି

ପ୍ରେମଠୁ ବରଂ ଭଲ

ତମ ବିରହର ସଜା ।।

Image

 

ପ୍ରେମିକ

 

ପ୍ରେମରେ ଜୀଇଁଛି

ପୁଣି ପ୍ରେମରେ ମରିଛି,

ପ୍ରେମକୁ ବୁଝିଛି ବୋଲି

କୁଞ୍ଜରୁ ଫେରିଲାବେଳେ

ନିସାର୍ଦ୍ଧରେ ବାଡ଼ିପଟ

ଦରଜା ଖୋଲିଛି ।।

Image

 

ମିଳନ

 

କେତେ ଆଉ ଚାଟିଂ କରିବା

ଚାଲ ଗୋଟେ ଡେଟିଂରେ ଯିବା

ବିରହକୁ ବିରହର

ମଜା ଚଖେଇବା ।।

Image

 

ଆ’

 

ରୋଜ୍ ମନେପଡ଼େ

ରୋଜୀ କଥା ଯେଣୁ

ଛାତିରେ ଲେଖୁଛି ନାଁ

ନଇଦାଢ଼େ ବସି

ନାଆ ସଜାଡ଼ୁଛି

ଆସିବୁ ତ ରୋଜୀ ଆ’ ।।

Image

 

ଋଷା

 

ଟିକେ ରୁହ;

କଥା ନହେଲେ ନାଇଁ

ଭଲ ଲାଗୁଛି–

ତୁମ ରାଗ ଚହଚହ ମୁହଁ ।।

Image

 

ନିଜର

 

ତମେ ଏବେ ଚୁଉପ୍ ଯେ

କିବା ମଉନି ପଥର

କଥାହେବା କିବା ପ୍ରୟୋଜନ

ମନରେ ମନରେ ତ

ଏତେ ଆପଣାର ।।

Image

 

ଇତି

 

ଦିନଟିଏ ନ ପିନ୍ଧିଲେ ଧଳାସାର୍ଟ

କିଏ ଦେଖିବ ତମ

ରାଗ ଚହଚହ ମୁହଁ

ଏବେ ତ

ମୋ ଉପରେ ଘୋଡ଼ା ହେଇଛି

ଧଳା ଚାଦର

ତମେ କହିବା ପରଠୁ

ମୁଁ ତୁମର ନୁହଁ ।

Image

 

ବାହାନା

 

ତମେଇଁ ତ ଶିଖେଇଥିଲ

ତମରି ପସନ୍ଦର ଧଳାସାର୍ଟ

ପିନ୍ଧିବାକୁ ସବୁଦିନ ।

ମତେ କି ଜଣାଥିଲା

ଦେହ ନୁହେଁ

ଲିଭେଇବାକୁ ମନରୁ ରଂଗ

ପ୍ରେମର ବାହାନା କରି

ଗଣୁଥିଲ ଦିନ ।।

Image

 

ଉପେକ୍ଷା

 

ଯାଚିଲି ଉଷୁମ କମ୍ବଳର ଆବର୍ତ୍ତ

କହିଲ

ମୋତେ ନାହିଁ ଶୀତ |

କଥା ପଦକେ ଏଡ଼ିଦେଲ

ଉଷୁମ ଦେହର ସ୍ପର୍ଶ |

ପୁଣି ଯାଚିଲି

ବରଗଛ ତଳପରି ହେମାଳ

ଅଥଚ ମୁଲାୟମ କୋଳ

କହିଲ

ମୋ ଜୀବନରେ ଆସିବନି ଖରାବେଳ

ତେବେ କଅଣ

ତମ ଦେହ, ମନ, ହୃଦୟ

ସବୁ ଶୀତ ତାପ ନିୟନ୍ତ୍ରୀତ ।।

Image

 

ରତିଲଗ୍ନା

 

ରାତି ଅଧ ସରିକି

ଆସିଲା ଶୀତ

ସେତେବେଳକୁ ମୋତେ

ନିଘୋଡ଼ ନିଦ ।

ଫିଙ୍ଗିଦେଲି ନେପାଳି କମ୍ବଳ

ଦେଖେ ତ, ସାରାଦେହ

ବିନ୍ଦି ବିନ୍ଦି ଝାଳ

ଦେହ, ହାତ କୋଉଠି ବି ନାହିଁ

ଫୁଣ୍ଟାଏ ବଳ

ଯେମିତି ଏଇଲାଗେ

ଛାଡ଼ି ଯାଇଛି ନିଶା

କାଲି ରାତିର ପିଇଥିବା ମଦ ।।

Image

 

ଅଭିସାର

 

ରାତିରେ ଜମା ବୁଲିବୁନି

ଜହ୍ନ ଦେଖି ଦବ,

ଶ୍ରାବଣରେ ଜମା ଭିଜିବୁନି

ଥଣ୍ଡା ଧରିଯିବ ।

ଏ ଶ୍ରାବଣ ବି ଭାରି ସିଆଣିଆ

ଛାଇ ଆଲୁଅରେ

ଭିଜିବାକୁ ଦେହ ଖୋଜୁଥିବ ।।

Image

 

ଆବେଗ

 

ମୁଁ ଜାଣିଛି ତମେ

କେହି ନୁହଁ ମୋର

ତମେ ବି ଜାଣିଛ

କିଛି ନାହିଁ ସଂଜ୍ଞା

ଆମ ସଂପର୍କର ।

ଅମାନିଆ ମନ

ଅବୁଝା ଏ ଆଖି

ନିରୋଳାରେ ଖୋଜେ ବାରମ୍ବାର

ସବୁ ଯାହା ଦୋଷ ହୃଦୟର ।।

Image

 

ଭେଟ

 

ନିଦ ଟିକେ ହାଲକା ନିଶାରେ

ସ୍ଵପ୍ନଟିକେ ବିନ୍ଦାସ ମନରେ

ରାତି ପାଇଁ ଆଖି ଖୋଜୁଥାଏ ।

ଏ ମନଟା ତା

ଏମିତି ମନୁଆ

ପାହିଦିଏ ବିନିଦ୍ର ରଜନୀ

ଦରଦୀ ହୃଦୟ ଏଣୁ ମନର ଆଖିରେ

ଆଖିପାଇଁ ଆଖି ଖୋଜୁଥାଏ ।।

Image

 

ଖୁସି

 

ଚେଇଁଥିବା ସ୍ବପ୍ନ କିଛି

ଦିନବେଳା ବାଗୁଡ଼ି ଖେଳନ୍ତି

ମନଇଚ୍ଛା ନାଚିକୁଦି

ମୋ ସ୍ୱପ୍ନିଳ ଆଖିରେ ।

ସତରେ ନହେଲା ନାଇଁ

ସ୍ୱପ୍ନରେ ଆସୁଛି ବୋଲି

ଅସରନ୍ତି ଖୁସି

ଆଖିର ମନରେ ।।

Image

 

ମାଟି-ରମଣ

 

ଚଡ଼ଚଡ଼ିକୁ ଜମା ଡରିବନି

ବର୍ଷା ବିଧୂର ନିରୋଳା ରାତିରେ ।

ଡରକୁଳା ଥରକୁ ଥର

ଦେଖୁଥବ ବିଜୁଳି ଆଖିରେ

କାଳେ କିଏ ଦେଖିନବ

ନିଶିଦ୍ଧ ଦୃଶ୍ୟ

ମାଟି ସହ ରମଣ କାଳରେ ।।

Image

 

ତୁ

 

ତମକୁ ତମେ ଡାକବି ନା

ଆପଣ

ଆପଣରେ ସିନା ଦୂରତ୍ୱ

ବଢିବ

ତୁ ରେ ରହିଛି ନିଜ ପଣ ।

Image

 

ଆହତ

 

ପ୍ରେୟସୀ ଅଧରେ

ଶୀତର ପ୍ରକୋଷ

ବୈଶାଖ ଛୁଇଁଛି ଧରା

ଲିଭୁନ ଲିଭୁଣୁ ବିଛାଡ଼ି ପଡ଼ିଛି

ହୃଦୟଟା ଯାକ ଖରା ।।

Image

 

ବିଦଗ୍ଧ

 

ତମେ ଝିଅ

ଫୁଲଠୁଁ କଅଁଳ

ମୁଁ ପୁଅ

ଭଅଁରଠୁ ପାଗଳ

ଖୋଜୁଛି ତ’ ଖୋଜୁଛି

ଖୋଜ ପ୍ରେମକୁ ମୋର

ହୃଦୟୁ ତମର ।

Image

 

ଆଲ୍ହାଦ

 

ରୁନ୍ଧି ହେଇଯାଉଛି ମୋ ଛାତି

ଶୀତର ବାସ୍ନାରେ

ଶୀତ ପାଇଁ ଗୀତଟିଏ

ଭେଟି ଦେବି ବୋଲି

କଥା ଦେଲା ପରେ ।।

Image

 

ମନେପଡ଼

 

ତମେ କେତେ ଭଲଥିଲ;

ଦେଖାହେଲେ ଗପୁଥିଲ

କଥା ହେଲେ ହସୁଥଲ

ନଖ ଗାର କାଟୁଥିଲ

ପ୍ରେମ ଶବ୍ଦ କହୁଥିଲ ।

ଏବେ ହୁଅ ଚିଡ଼ଚିଡ଼

କଥାହେଲେ ବିଡ଼୍‍ବିଡ଼

ମୋ ରାଣ ଆସିବନି ଆମ ମେସ୍

ବଡ଼ପିଲା କରୁଛନ୍ତି ଗେସ୍,

କଥା କଥାକେ କହୁଛନ୍ତି-

ତମେ କାଳେ ମୋତେ କରୁଛ ଇମ୍ପ୍ରେସ୍ ।

Image

 

ଅତୃପ୍ତା

 

ନଇ ପରି ନାରୀ

ନିଆଁ ପରି ଶୋଷ

ଅଛ କିଏ ପୁରୁଷ ପୁଙ୍ଗବ

ନାରୀ ଓଠେ ଭରିଦେବ

ପରିତୃପ୍ତ ହସ ।।

Image

 

ରୂପସୀ

 

ବୈଶାଖ ଝାଞ୍ଜିରେ

ବୁଲି ବାହାରିଲେ

ଛତା ନେଇଯିବ

ବୈଶାଖ ତ ବିରହର ଋତୁ

ଆଉଟା ସୁନାର ବି ରଂଗ ଉଡ଼ିଯାଏ

ଦେହ, ମୁହଁ କଳା ପଡ଼ିଗଲେ

ଫଗୁଣକୁ କି ଜବାବ ଦବ ???

Image

 

ସ୍ଵପ୍ନାଭ

 

ନିଦ ମୋର ଆଖିରେ ଆଖିରେ

ସ୍ଵପ୍ନପାଇଁ ରାତି ଖୋଜୁଥାଏ

ରତିଲଗ୍ନା

ମଦାଳସୀ ରାତିଟିଏ ହୋଇ

ଅଂଗେ ଅଂଗେ ସ୍ଵପ୍ନ ବୋଳିଦିଏ ।।

Image

 

ତୃଷ୍ଣା

 

ଆକଣ୍ଠ ଭରି ପିଇଛି ଯେତେ

ପ୍ରିୟା ମୋ ତମେ

ଅତୃପ୍ତା ମଧୁଶାଳା ।

ମଦିରାରେ କାହିଁ ମେଣ୍ଟିଛି ଶୋଷ ?

ସ୍ପଟିକ ସମ,

ନିରୁତା ପ୍ରେମର ସ୍ଵଚ୍ଛ ନୀରରେ

ଭରିଦିଅ ଆଞ୍ଜୁଳା ।।

Image

 

ଆପଣାର

 

ଫେରେଇ ଦେଲ ମୋ ଚିଠି

ମୋର ସବୁତକ ସ୍ମୃତି

ଭାବିଲନି ବୋଲି ନିଜର ।

ଆଜିଯାଏ ସାଇତିଛି

ତମ ଚିଠି

ତମ ମୁଦି

ଭାବିପାରୁନି ବୋଲି ପର ।।

Image

 

ବିଛେଦ

 

ଭୁଲିଯିବାକୁ ପ୍ରତିଶୁତି ଦେଇ

ଭଲପାଉଥିଲେ ଆମେ

ଭୁଲିଯାଅ ବୋଲି କହିବା ଦିନୁ

ବେଶୀ ମନେପଡ଼ ତମେ ।।

Image

 

ଅଭିମାନ

 

କାଳେ କା’ ଲାଗିଯିବ ନଜର

କଳାଟିପା ପିନ୍ଧେଇଲି

ଟୁକୁଟୁକୁ ମନରେ ।

ନରମ ହୃଦୟକୁ

ବନେଇଲି ପଥର

କାଳେ କେବେ ଭାଙ୍ଗିଯିବ ପ୍ରେମରେ ।।

Image

 

ହଲପ

 

ହଲପ କରୁଛି

ପ୍ରେମ ଜାମୁକୋଳି ଖାଇବିନି ଜମା

ହୃଦୟ ମୋ ମିଠା ହୋଇବ

ପ୍ରେମର ନାଆଁରେ

ନଈ ମଝିଟାରେ

କୁମ୍ଭୀର କଲିଜା ମାଗିବ ।।

Image

 

ଆକ୍ଷେପ

 

ତରବାରୀ ସଜକର

କଲିଜା ହାଣିବ,

ପ୍ରେମରେ ନ ହେଲା ନାଇଁ

ବିରହରେ ମାରିବ ।।

Image

 

ଅଭିମାନ

 

ଥମ୍‍ଥମ୍ ମୁହଁ ତୋଳି ଧରିବାକୁ

ପାପୁଲି ବି ନିଅଣ୍ଟ ପଡ଼ୁଛି

ଅଭିମାନ କରନାହିଁ ପ୍ରିୟା

ପ୍ରେମରେ ମରିବି ବୋଲି

କଥା ମୁଁ ଦେଇଛି ।

Image

 

ଫୁଲେଇ

 

ଆଇନାରେ ଥରେ ଦେଖ

ତମ କାନ୍ଦୁରା ମୁହଁ

ଫୁଲେଇ ପ୍ରେମିକା ମୋର

ଛାତିରୁ ଅତଡ଼ା ଖସେ

ଝରିଗଲେ ମୁକ୍ତ ବିନ୍ଦୁପରି

ତମ ଆଖି ଲୁହ ।।

Image

 

ଦୋଷୀ

 

ମୁଁ ଜାଣିଛି

କିଏ ସେ ମୋ ହୃଦୟ ହାଣିଛି

ପୁଲିସରେ ନାଲିସ କରିବି

ପ୍ରେମ ଆଇନରେ ଗୋଟେ

ଦଫା ମୁଁ ଖୋଜୁଛି ।।

Image

 

ସମର୍ପଣ

 

ମନ ଖୋଜୁଥିଲା

ମନପରି ମନ

ଆଖୁ ଖୋଜୁଥିଲା ସପନ

ଛାତିରେ ଛାତିଏ

ଆବେଗ ଭରି ମୁଁ

ତୁମକୁ ଦେଇଛି ମନ ।।

Image

 

ଧୋକା

 

ଧଳା ସାର୍ଟ ପରି

ଖୋଜାପଡ଼େ ପ୍ରେମିକାର

ଫି’ ଦିନ ଇସ୍ତ୍ରୀକରା ମନ

ଯେଣୁ ପ୍ରେମିକା ବି’

ବଦଳାଏ ରଂଗ

ଇସ୍ କରି ଲାଗିଗଲେ

 

Image

 

ରାକ୍ଷୀ

 

ତୋ’ ହାତରେ ରାକ୍ଷୀ

ଓ ଓଦା ଆଖି

ମୋର ଥରିଲା ହାତ

ଓ ଶୁଷ୍କ ଓଠ

ଏଇ ନିଶ୍ଚେ ଶେଷ ରାତି

ମୁହଁ ଖୋଲ ପ୍ରିୟତମା

ଶେଷଥର ‘ପ୍ରିୟତମ’ ଡାକି ।।

Image

 

ସ୍ୱପ୍ନ

 

ଦାମିକିଆ ଖଟ, ଶେଯ, ତକିଆ

ତା’ସାଙ୍ଗେ ପୁଣି ବଟିକା

ସବୁ କିଣିଛି, ଆସିବ ବୋଲି

ବାରିକ ହାତରେ

ଗାଈଏ ଗୁଆ

ସାଞ୍ଚିପୁରୀ ଯୋଡ଼ ପଠେଇଛି ।।

Image

 

ଚାଲ

 

ଚାଲ ଗୋଟେ

ପ୍ରବାଳ ଦ୍ୱୀପକୁ ଯିବା

ଶାମୁକା ନିଦରେ ଶୋଇ

ହୃଦୟ ବାଣ୍ଟିବା ।।

Image

 

ଆବାହନୀ

 

ଥାପିବ ବୋଲି କଅଁଳା ପାଦ

ଲକ୍ଷେ ଗୋଲାପର ପାଖୁଡ଼ା

ବିଞ୍ଚିଚି ତମରି ବାଟରେ

ମନର ଝରକା ଡେଇଁ

ଉଙ୍କି ମାରିବା ଦିନୁ

ଛାତି ବଖରାରେ ।।

Image

 

ଦେହଳୀ

 

ଠକ୍ ଠକ୍ ଥରୁଛି

ଥରିଥରି ଚୋଚଲା ହଉଚି,

ଫିଙ୍ଗିଦିଅ କମ୍ବଳ, ରେଜେଇ

କୁଙ୍କୁଡ଼ି କାଙ୍କୁଡ଼ି ହେଇ

ଶୀତଟିକେ ଘୋଡ଼ିହବ ବୋଲି

ଉଲଗ୍ନ ଦେହଟେ ଖୋଜୁଛି ।

Image

 

ମଉନାବତୀ

 

କେତେ ଆଉ ନିରିଖେଇବି

ସ୍ମୃତିର ବାଲୁକା ସ୍ତୁପରୁ

ତମ ପାଦଚିହ୍ନ

ମଉନାବତୀ ପ୍ରିୟା ମୋର

ପାରୁଛ ଯଦି,

ଥାପିଦିଅ ଆଞ୍ଜୁଳାରେ

ତମ ପଦ୍ମଯୋଡ଼ି ପାଦ

ଭରିଯିବ ମନ ।।

Image

 

ସଂପର୍କ

 

ଖୋଲା ହସ

ମପା ଚୁପା କଥା

ଅସତର୍କେ ଗଢ଼ା ଯେତେ

ସତର୍କ ସଂପର୍କ

ପ୍ରେମିକା ତ’ ଧଳାସାର୍ଟ

କି କହିବା ମିତଣୀରେ

ଭୟଲାଗେ ଖୋଲିବାକୁ ହାର୍ଟ ।।

Image

 

ସୁନାଝିଆ

 

ଆଉ କେତେ ଦିନ

ବାପଘର ସୁନାଝିଅ ହେବ

ମଗୁଶୀର ବଇନା ନେଲାଣି

ତା’ ହାତରେ ବାଇନି କହିବ ।।

Image

 

ମୁହଁ

 

ଭୁଲ ବୁଝିବନି ଗୋ ପ୍ରିୟେ !

ସାରା ରାତି ଜହ୍ନ ସହ ଭାବ କରି

ନିଦ ସାଥେ କଟି ପକେଇଛି

ତମଠୁଁ ଦୂରେଇ ରହି

ଜହ୍ନରେ ପ୍ରିୟା ମୁଁ ତୁମ

ମୁହଁକୁ ଦେଖୁଛି ।।

Image

 

ଅଭିମାନିନୀ

 

ଲବଣୀ ପିତୁଳା ଗୋ

ଗୋଲାପୀ ଓଠରେ

କେବେ ହେବନାହିଁ କଥା

କଥାକୁହା ଆଖିଯୋଡ଼ି

ଅଭିମାନେ ପିଟିଦେବେ ମଥା ।।

Image

 

ପ୍ରତିଶ୍ରୁତି

 

ନିଦ ମୋର ସଉତୁଣୀ

ରାତି ସହ କଟି ପକେଇଛି

କେମିତି ମୁଁ ବୁଝେଇବି

ସ୍ବପ୍ନରେ ଆସିବ ବୋଲି

ପ୍ରିୟା ମୋର କଥାଯେ ଦେଇଛି ।।

Image

 

ଇର୍ଷା

 

ମେଘ ସବାରୀରେ ଜମା

ଆସିବନି ପ୍ରିୟା

ହିଂସକୁରୀ ବାଦଲ ବି

ଥରୁଟିଏ ପାଇଗଲେ

ଭିଜା ଦେହ ଛୁଆଁ

ବର୍ଷାରେ ଲଗେଇବ ନିଆଁ ।।

Image

 

ଅପେକ୍ଷା

 

ତମ ଡ୍ରଇଁ ଖାତାର

ପାହାଡ଼ ମଥାନରେ

ଏ ଯାଏ ବି ରହିଛି ଜହ୍ନହେଇ

ବାଟ ଭାଙ୍ଗି ଯିବ ନାହିଁ

ଆଗୋ !

ଅଧାଅଙ୍କା ନଈ ।।

Image

 

ଛାଇ

 

ମୁଁ ଯେ

ତମ ନବମ ଶ୍ରେଣୀ ରଫ୍‍ଖାତାର

ସେଇ ଅଙ୍କାବଙ୍କା ନଈ

ତରସୁଛି

କେବେ ଝଲସିବ

ମୋ ସ୍ନିଗ୍ଧ ଜଳରେ

ଦ୍ୱିତୀୟା ଜହ୍ନପରି

ତମ ମୁହଁ ଛାଇ ।।

Image

 

ରାଣ

 

ଫେରେଇଦେ ମୋ ପିଲାବେଳ

ତୁ ବୋଉ

ମୁଁ ବାପା

ମିଛି ଡାଲି, ମିଛ ତିଅଣ

ଛଅଟ ଖାଇଦବାକୁ

ଦଉଥିଲ ରାଣ ।।

Image

 

ଗାଳି

 

ମୋ’ ବୋଉ

ମିଛିମିଛିକା କହୁଥିଲା

ବୋହୂ କରିବାକୁ ତୋତେ

ଅବୁଝା ସେ ପିଲାବେଳ

ତୁ କିନ୍ତୁ ରାଗରେ ନାଲ ନାଲ କେତେ

ଗାଳି କରୁଥିଲୁ ମୋତେ ।।

Image

 

ଭଲପାଇବା

 

ସ୍କୁଲରେ ମୁଁ ଗାଳି ଖାଇଲେ

ତୋତେ କାହିଁକି ବାଧେ

ଛଳଛଳ ତୋ ଆଖିରେ

ଲୁହ ନୁହେଁ ଟଳମଳ

ଭଲପାଇବା ବୋଧେ ।।

Image

 

ଛବି

 

ପଢ଼ା ବହିର ବର୍ଣ୍ଣମାଳାକୁ

କରିଛି ଦର୍ପଣ

ପ୍ରତିଟି ପୃଷ୍ଠାରେ ତୋ ମୁହଁ

ସେଇ ମୋର ଓଁକାର

ସେଇ ମୋର ନିର୍ବାଣ ।।

Image

 

ଛୁଆଁ

 

ଚାଇନା କପ୍‍ ରେ

ଶୀତୁଆ ସକାଳର

ସୋଡ଼କାଏ ଚା’ ପରି

ତମ ଚୁମା

ଓ8 ! ଉଲ୍ଲସିଯାଉଛି ଦେହ

କି ସକାଳ, କି ସଂଜ

ଭୁଲିହଉନି ଜମା ।।

Image

 

ଛଳନା

 

ମରିବାକୁ ବି ପ୍ରତିଯୋଗୀତା ହୁଏ

ବୁଝିଲି ତୋ ହସରୁ

ତୋର ତ’ ଲକ୍ଷେ ଆସିକ୍

ପ୍ରେମରେ ଜୀଇଁବି ବୋଲି

ପୋଛିଦେଲି ମନରୁ ।।

Image

 

ନାଟକ

 

ଯେମିତି-

ପିନ୍ଧିବା ଲୋକକୁ ଜଣାଥାଏ

ପିନ୍ଧି ବାର କଳା

ସେମିତି-

ପ୍ରେମିକାକୁ ଜଣାଥାଏ

ମିଳନ, ବିରହ, ପ୍ରତାରଣା ଆଉ

ପ୍ରେମ ନାଟକର

ଯେତେ ସବୁ କଳା ।।

Image

 

ପସନ୍ଦ

 

ତୋ ହସରେ ଦୁନିଆ ମରୁଛି

ବେଟା ତୋ ପସନ୍ଦ

ଲା’ ଜବାବ;

ନିଜକୁ ମୁଁ ସାବାସି ଦଉଛି ।।

Image

 

ଆଖି

 

‘ଡୁ ୟୁ ଲଭ ମି’

ପଚାରନା ମୋତେ

ଆଖି ମୋର ଇ-ବୁକ୍

ପଢ଼ିପାର ଯେତେ ।।

Image

 

ସୀକାର

 

ନ ଆସିବ ତ’ ନାହିଁ

ଦୂରେ ଦୂରେ ଥାଅ

ପ୍ରେମରେ ଜଳୁଛି ବୋଲି

ଥରୁଟିଏ କୁହ ।

Image

 

ନାୟିକା

 

ମୁଁ ତୁମର ଗଳ୍ପର ନାୟିକା

ଉପନ୍ୟାସ ଲେଖିବାକୁ

ଦେବ ନାହିଁ ଧୋକା ।।

Image

 

ଲମ୍ପ

 

ନିଆଁ ପରି ହସ

ପତଙ୍ଗ ମୁଁ

ତଥାପି ବିନ୍ଦାସ୍ ।।

Image

 

ଭୂମିକମ୍ପ

 

ମୋ ଓଠର ଉପତ୍ୟକାରେ

ଏବେ ବିସ୍ତୀର୍ଣ୍ଣ ଭୂମିକମ୍ପ ।

ଛୁଅଁନା ଗୋ;

ସାରାଦେହ ଭୋଗୁଛି

ଶୀତର ପ୍ରକୋପ ।।

Image

 

ଲୁହ

 

ମୋ ଲୁହରେ ପାଉଛି ଯେ ଖୁସି

ହସକୁ ଭୁଲେଇଛି ବାଟ

ଏଇ ଜନ୍ମ ତମରି ନାଆଁରେ

ଈଶ୍ଵରଙ୍କୁ ପଚାରିକି ଦେଖ ।।

Image

 

ଅମଡ଼ା ବାଟ

 

ମୁଁ ଜାଣିଛି ତମେ କେବେ

ଖୋଲିବନି ଓଠ

ଏମିତି ତ ହୃଦୟେ ବସିଛ

ସେମିତି ବା କିବା ଲୋଡ଼ା

ଚାଲିବାକୁ

ପ୍ରେମର ଅମଡ଼ା ବାଟ ।।

Image

 

ଓଠ

 

ହୃଦୟେ ସାଇତି ନ ରଖିଲେ ନାଇଁ

ଆଖିପଲକରେ ରଖ

ଗଛ କୋରଡ଼ରେ ରଖିନି କଲିଜା

ଓ୦ ଖୋଲି ଥରେ ଦେଖ ।।

Image

 

ଶୀତ-ଗୀତ

 

ଚଢ଼େଇ ଚଞ୍ଚୁରେ ଶୀତ

ଚଞ୍ଚୁରେ ଚଞ୍ଚୁ ଘଷି

ଡେଣାତଳ ନିଆଁ ଧରଉଛି

ମୁଁ କେଡ଼େ ବେକୁବ୍

ଶୀତ ବସ୍ତ୍ରରେ ଯାହା ପଇସା ସାରିଲି

ରେଜେଇ ପରି ତୋ କୋଳ

ଶୀତପାଇଁ ଗୀତ ଯେ ଲେଖୁଛି ।।

Image

 

ଶୀତ ବାଗୁଡ଼ି

 

ଏ ଶୀତର ବି ଏଡ଼ିକି ଫିକର

ମଞ୍ଜ ଥରଉଛି

ଉଲଗ୍ନ ଶରୀର

ଅଜଗର ବନ୍ଧନ ପରି

ନିବିଡ଼ ବାହୁରେ

ଶୀତ ସହ ବାଗୁଡ଼ି ଖେଳୁଛି ।।

Image

 

ଅଲିଭା

 

ଅନେଶୋତ ଥର ହଲପ କରୁଛି

ଭୁଲିପାରୁନାହିଁ ଜମା

ଛାତିର ଜଖମା

ସେମିତି ଅଲିଭା .

ପ୍ରେମରେ ନ ଥାଏ ପୂର୍ଣ୍ଣଛେଦ କେବେ

ଥିଲେ ଥାଇପାରେ କମା ।।

Image

 

ମନ

 

ତମେ କେବେ ଉଆ

କେବେ ଉଷୁନା

ଅଣ୍ଡା ଖୋଳପା ପରି ଏ ମନ

ଯୋଡ଼ିହୁଏ ନାହିଁ

ଥରେ ହେଇଗଲେ ଚୁନା ।।

Image

 

ବାଗ୍‍ଦତା

 

ଫେରିବ ବୋଲିକି

କଥା ଦେଇଥିଲ

ପଚାରୁଛି ଆଜି ମତେ,

ବାଗ୍‍ଦତା ଗୋ ପ୍ରତାରିତ କରି

ଭୁଲିପାରିଛ କି ମତେ ।।

Image

 

ପାଦ

 

ନରମ କଲିଜା ଗାଲିଚା କଲି

ଥାପିବ ପ୍ରିୟା ପାଦ

ମନରେ ଅଙ୍କା ଲକ୍ଷେ ଗୋଲାପ

ପଡ଼ିବ ବୋଲି

ଅଳତା ଧୂଆ ନଛିପାଦର ଦାଗ ।।

Image

 

ପ୍ରିୟା

 

ତୁ ପ୍ରଶ୍ୱାସର ପବନ

ହୃଦୟର ସ୍ପନ୍ଦନ

ତୋ ବିନା ଜୀବନ

ମୃତ୍ୟୁ ସହ ସମାନ ।।

Image

 

ପ୍ରେମୀ

 

ତୋ ଭିନ୍ନ ଆଉ କିଏ

ଦେଇଥିଲେ ଲୁହ

ପାଇଥାନ୍ତା ଫାଶୀ

ଲୁହଦେବା ତୋର ଯେ

ପୂର୍ଣ୍ଣ ଅଧିକାର

ପ୍ରଣୟୀ ଗୋ !

ପ୍ରେମରେ ଗରଳ ବି

ପିଇଯିବି ହସି ।।

Image

 

ଘର

 

ଭିଡ଼ ଭିତରେ ବି ବାରି ହୋଇପଡ଼

ହୃଦୟର ରାଜ ରାଜେଶ୍ୱରୀ

ଆଜିକାଲି ଜମି ରେଟ୍ ହେଲାଣି ଯେମିତି

ମନରେ ଟିକିଏ ଜାଗା ଛାଡ଼ି ଦିଅ

ରହିଯିବି ଘର କରି ।।

Image

 

ବଇନା

 

ପାହାଡ଼ ମଥାନରେ ହେବି ଲୋ ଜହ୍ନ

ମନକୁ କରିଥା ଆଇନା

ପ୍ରେମ କରିବାକୁ ମନା କଲୁବୋଲି

ସପନକୁ ଦେଲି ବଇନା ।।

Image

 

ମନ

 

ଯେତେ ବୁଝେଇଲେ କି

ଏ ମନ ବୁଝୁଛି

ପିଛିଲା ଦିନକୁ ଝୁରି

ତକିଆ ଭିଜୁଛି ।।

Image

 

ସରହଦ

 

ସ୍ୱପ୍ନ ସବୁ ଫୁଲହେଇ

ନଦୀନାମ୍ନୀ ନାରୀଟିର

ଗଭାରେ ଗଭାରେ

ଭାବ ସବୁ ଗର୍ଭହେଇ

ମୁହ୍ୟମାନ

ସଂପର୍କର ସରହଦରେ ।।

Image

 

ମଲା ଜହ୍ନ

 

ରାତି ଅଗଣାରୁ ଜହ୍ନ ଫେରିଗଲା ।

ନଈ ଆଖି ଛଳଛଳ

ପାହାଡ଼ ସେମିତି ଗୁମୁରି ଝୁରୁଛି

ଏଇ ଯେ

ବିରହ ବେଳ ।।

Image

 

ନୂଆବର୍ଷ

 

ପ୍ରିୟା ପଠେଇଛି

ରୁମାଲରେ ଆଙ୍କି

ଦି ହଜାର ପନ୍ଦର ଚୁମା

ଆର ଫଗୁଣକୁ କି’ ବା ଭରସା

ବରଷକ ପାଇଁ ଖୋରାକ ତମର

ଭୁଲ୍‍ ବୁଝିବନି ଜମା ।।

Image

 

କନିଆଁ ବେଶ

 

ତୋ ଛାତି ତୋର ନୁହଁ

ମୋ ପାଇଁ ଧଡ଼କୁଛି

ତୋ ଓଠ ତୋର ନୁହଁ

ମୋ ପାଇଁ ମହକୁଛି

ତୋ ଆଖି ତୋର ନୁହଁ

ମୋ ରୂପକୁ ତରସୁଛି

ସଜହେଇ ବଇଥା ଗୋରୀ

ସବାରୀ ଗୋଟେ ସଜାଡ଼ୁଛି ।।

Image

 

ଚାଲ

 

ଚାଲ ଗୋଟେ

ପ୍ରବାଳ ଦ୍ୱୀପକୁ ଯିବା

ଶାମୁକା ନିଦରେ ଶୋଇ

ହୃଦୟ ବାଣ୍ଟିବା ।।

Image

 

ଦୋଷୀ

 

ମୁଁ ଜାଣିଛି

କିଏ ସେ ମୋ ହୃଦୟ ହାଣିଛି

ପୁଲିସ୍‍ ରେ ନାଲିସ୍ କରିବି

ପ୍ରେମ ଆଇନ୍‍ ରେ ଗୋଟେ

ଦଫା ମୁଁ ଖୋଜୁଛି ।।

Image

 

ଅବୁଝା

 

ତମେ କେତେ ମୋ ଅନୁଭବର

ସହଜ ମାନସାଙ୍କ ତ

କେବେ ପାଲଟୁଛ

ହଜିଥିବା କେଉଁ ଏକ ବିରହ ମୁହୂର୍ତ୍ତ

ଫାଙ୍କା ଆଲବମ୍ ପୃଷ୍ଠାରେ

କେମିତି ବୁଝିବି କହୁନ

ପ୍ରେମର ଏ ଜଟିଳ ଗଣିତ ।।

Image